Jump to content

ନାକରେ ବାହ୍ୟ ପଦାର୍ଥ

ଉଇକିପିଡ଼ିଆ‌ରୁ
ନାକରେ ବାହ୍ୟ ପଦାର୍ଥ
The medial side of the nasal cavity
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିENT surgery

ନାକରେ ବାହ୍ୟ ପଦାର୍ଥ (ଇଂରାଜୀ ଭାଷାରେ Nasal foreign body/NFB ), କୁହାଯାଏ ଯେତେବେଳେ ନାକରେ ବାହାର ଜିନିଷ ପଶି ରହିଯାଏ ।[] ଏହାର ଲକ୍ଷଣଗୁଡ଼ିକ ମଧ୍ୟରେ ନାକର ଗୋଟିଏ ପାର୍ଶ୍ୱରୁ ଦୁର୍ଗନ୍ଧଯୁକ୍ତ ଜିନିଷ ବାହାରେ ।[] ସେ ଗୁଡିକ ସାଧାରଣତଃ ଜଣେ ବ୍ୟକ୍ତିଙ୍କର ଡାହାଣ ପାଖରେ ଘଟେ ।[] ଜଟିଳତା ମଧ୍ୟରେରକ୍ତସ୍ରାବ, ସଂକ୍ରମଣ ଏବଂ ବାହ୍ୟ ନିର୍ଗମନ ହୁଏ ।[]

ସାଧାରଣତଃ ନାକରେ ଥିବା ବସ୍ତୁଗୁଡ଼ିକରେ କାଗଜ, ଛୋଟ ପଥର ହୋଇପାରେ ।[] ବିପଦ କାରଣଗୁଡ଼ିକ ମଧ୍ୟରେ ମାନସିକ ରୋଗ କିମ୍ବା ବିକାଶ ଅକ୍ଷମତା ହୋଇପାରେ ।[] ସାଧାରଣତଃ ନାକକୁ ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[] ବେଳେବେଳେ ଡାକ୍ତରୀ ଇମେଜିଙ୍ଗ୍ ଆବଶ୍ୟକ ହୋଇପାରେ ।[]

ଅପସାରଣ ଦ୍ୱାରା ଚିକିତ୍ସା ହୁଏ ।[] ଏହା ଏକ ନାକ ସ୍ପେକୁଲମ, ଫୋରସେପ କିମ୍ବା ବକ୍ର ପଦାର୍ଥ ସାହାଯ୍ୟରେ ଅନୁସନ୍ଧାନ କରାଯାଇପାରେ ।[] ପିଲାଙ୍କ ପାଟି ଉପରେ ବାପା ବା ମାଆ ନିଜ ପାଟି ରଖି ଫୁଙ୍କିଲେ ପ୍ରଭାବଶାଳୀ ହୋଇପାରେ ।[] ନାକରେ ଫିନାଇଲେଫ୍ରିନ ରଖିଲେ ସାହାଯ୍ୟକାରୀ ହୁଏ ।[] []

ନାକରେ ବାହ୍ୟ ପଦାର୍ଥ ଅପେକ୍ଷାକୃତ ସାଧାରଣ ସମସ୍ୟା ଅଟେ ।[] ସେଗୁଡିକ ସାଧାରଣତଃ ୨ରୁ ୫ ବର୍ଷର ପିଲାମାନଙ୍କଠାରେ ଦେଖାଯାଏ ।[] ଏହା ଝିଅମାନଙ୍କ ଅପେକ୍ଷା ପୁଅମାନଙ୍କଠାରେ ଅଧିକ ଦେଖାଯାଏ ।[]

  1. "PEM Playbook - Foreign Bodies in the Head and Neck". emDOCs.net - Emergency Medicine Education (in ଇଂରାଜୀ). 30 March 2018. Archived from the original on 24 November 2020. Retrieved 4 April 2022.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Nasal Foreign Bodies - Ear, Nose, and Throat Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Archived from the original on 20 February 2022. Retrieved 4 April 2022.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ Baranowski, K; Al Aaraj, MS; Sinha, V (January 2022). "Nasal Foreign Body". PMID 29083647. {{cite journal}}: Cite journal requires |journal= (help)